Odia News Portal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବାସଭବନକୁ ନେଇ ତେଜୁଛି ବିବାଦ

ଦିଲ୍ଲୀ ନିର୍ବାଚନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଘରକୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି । ଆଜି ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ମନ୍ତ୍ରୀ ସୌରଭ ଭରଦ୍ୱାଜ ସମେତ ଅନ୍ୟ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି । ମିଡିଆ ମଧ୍ୟ ତାଙ୍କ ସହ ଥିଲା ।  ତେବେ ଏହି ସମୟରେ ପୁଲିସ ଦିଲ୍ଲୀ ସିଏମ୍‌ଙ୍କ ଘର ବାହାରେ ଆପ୍‌ ନେତାଙ୍କୁ ଅଟକାଇ ଦେଇଥିଲା । ସେମାନଙ୍କୁ ଭିତରକୁ ଛାଡ଼ି ନଥିଲା। ସିଏମ ହାଉସ ବାହାରେ ବ୍ୟାରିକେଡିଂ କରାଯାଇଥିଲା  । 

ବ୍ୟାରିକେଡ୍ ପାର ହେବାକୁ ପୁଲିସ ଆପ୍‌ ନେତାଙ୍କୁ ଅନୁମତି ଦେଇନଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।ଏହାକୁ ବିରୋଧରେ ଆପ୍‌ ନେତାମାନେ ରାସ୍ତାରେ ଧାରଣାରେ ବସିଛନ୍ତି । ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିତରକୁ ଯିବାକୁ ଆମକୁ ଅନୁମତି ଲୋଡା ନାହିଁ। ଆମକୁ ଅଯଥାରେ ଅଟକାଯାଉଛି  । 

ସେହିପରି ଆପ୍‌ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ଆମେ ବିଜେପି ନେତାମାନଙ୍କୁ ସିଏମ ହାଉସ ଦେଖାଇବାକୁ ଚାହୁଁଛୁ । ଆମେ ପିଏମ ହାଉସକୁ ମଧ୍ୟ ଯିବା ଏବଂ ସେଠାରେ ଥିବା ସୁବିଧା ମଧ୍ୟ ଦେଖିବାକୁ ଚାହିଁବୁ  । 

ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଦିଲ୍ଲୀରେ ଝଡ଼

-ପାଖୋଉଛି ତାରିଖ, ତେଜୁଛି ବିବାଦ
-ସିଏମ ଆବାସକୁ ନେଇ ଦିଲ୍ଲୀରେ ରାଜନୈତିକ ଘମାସାନ
-ଶିଶମହଲକୁ ନେଇ ମୁହାଁମୁହିଁ ଆପ୍-ବିଜେପି
-ମୁଖ୍ୟମନ୍ତ୍ରୀ ବାସଭବନକୁ ପ୍ରବେଶ ବେଳେ ଆପ୍ ନେତାଙ୍କୁ ରୋକିଲା ପୁଲିସ
-ଶିଶମହଲକୁ ନେଇ ନୂଆ ଭିଡ଼ିଓ ଜାରି କଲା ଦିଲ୍ଲୀ ବିଜେପି 
-ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ବିଜେପି ଅପପ୍ରଚାର କରୁଥିବା ଅଭିଯୋଗ

-ସରକାରୀ ବାସଭବନରୁ ହଟାଇଦିଆଯାଇଥିବା କହିଲେ ଆତିଶୀ
-ରାଜନୈତିକ ଶତ୍ରୁତା ପାଇଁ ଟାର୍ଗେଟ କରାଯାଉଥିବା କଲେ ଅଭିଯୋଗ
-ଶିଶମହଲ ନିର୍ମାଣରେ ଦୁର୍ନୀତି ହୋଇଥିବା ବିଜେପି କରିଆସୁଛି ଅଭିଯୋଗ

-୨୦୨୦ରେ ସିଏମ ଆବାସର ରିମଡେଲିଂ ପାଇଁ ଦିଆଯାଇଥିଲା ପ୍ରସ୍ତାବ
-ଏଥିପାଇଁ ଆନୁମାନିକ ପ୍ରକଳ୍ପର ମୂଲ୍ୟ ରଖାଯାଇଥିଲା ୭କୋଟି ଟଙ୍କା
-ପରେ ୮କୋଟି ୬୨ଲକ୍ଷ ଟଙ୍କାର ଟେଣ୍ଡର ଡକାଯାଇଥିଲା
-ତେବେ ଏଥିରେ ମୋଟ ୩୩କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବିଜେପିର ଅଭିଯୋଗ