ପୁଣେ,୨୨ା୩(ଏଜେନ୍ସି): ଟେଷ୍ଟ, ଟି୨୦ ସିରିଜ ପରେ ଏବେ ଦିନିକିଆ ସିରିଜ୍ ଉପରେ ଭାରତର ନଜର । ଆସନ୍ତାକାଲିଠାରୁ ମହାରାଷ୍ଟ୍ରର କି୍ରକେଟ ଆସୋସିଏସନ୍ ଷ୍ଟାଡିୟମ, ପୁଣେରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ଏହି ଷ୍ଟାଡିୟମରେ ସିରିଜରେ ୩ଟି ଯାକ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ଦିବାରାତ୍ର ହେବ ଓ ଦିନ ୧ଟା୩୦ରୁ ମ୍ୟାଚ୍ ଆରମ୍ଭ ହେବ ।
ଟି-୨୦ ସିରିଜରେ ଓପନିଂକୁ ନାନା ପରୀକ୍ଷାନୀରିକ୍ଷା କରାଯାଇଥିଲା । ତେବେ ଦିନିକିଆରେ ରୋହିତ ଶର୍ମା ଓ ଶିଖର ଧାୱନ ହିଁ ଓପନିଂ କରିବେ ବୋଲି ସ୍ପଷ୍ଟ ହୋଇଯାଇଛି । ଯଦି ଯୁବ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ସୁଯୋଗ ମିଳେ ତେବେ ଅଧିନାୟକ ବିରାଟ କୋହଲି ନିଜେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ ବୋଲି ସୂଚନା ମିଳିଛି । ଏହି ଷ୍ଟାଡିୟମ୍ରେ କୋହଲିଙ୍କ ରେକର୍ଡ ଦମଦାର ରହିଛି । ସେ ୪ ମ୍ୟାଚରୁ ୩୧୯ ରନ୍ କରିଛନ୍ତି । ଏଥିମଧ୍ୟରେ ୨ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । ସେହିପରି ୫ମ ସ୍ଥାନରେ ଲୋକେଶ ରାହୁଲ କିମ୍ବା ଶ୍ରେୟାସ ଆୟରେ ଖେଳିବେ । ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଋଷଭ ପନ୍ତ ପ୍ରଥମ ଚଏସ । ଅଲ୍ରାଉଣ୍ଡର ଭୂମିକାରେ ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ସର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିବ । ତେବେ ଅନ୍ୟତମ ଚର୍ଚ୍ଚିତ ବୋଲର ପ୍ରସିଦ୍ଧ କି୍ରଷ୍ଣା, ଟି. ନଟରାଜନ ଓ ମହମ୍ମଦ ସିରିଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ସେହିପରି ୱାଂଶିଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ମଧ୍ୟରୁ କିଏ ଖେଳିବ ତାହା ସ୍ପଷ୍ଟ ହୋଇନାହିଁ । ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାରଙ୍କଠାରୁ ବହୁତ କିଛି ଆଶା କରାଯାଇପାରେ ।
ସେହିପରି ସ୍ୱଦେଶ ଫେରିବା ପୂର୍ବରୁ ଇଂଲଣ୍ଡ ଦିନିକିଆ ସିରିଜ୍ ହାତେଇବାକୁ ଆପ୍ରାଣ ଉଦ୍ୟମ ଜାରି ରଖିବ । ଟି-୨୦ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଦଳ ଫାଇନାଲ ମ୍ୟାଚରେ ହାରିଯାଇଥିଲା । ତେଣୁ ଟି୨୦ ଭୁଲରୁ ଶିକ୍ଷାଲାଭ କରି ଇଂଲଣ୍ଡ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ । ଦଳର କପ୍ତାନ ଭାର ଇଅନ୍ ମୋର୍ଗାନ୍ଙ୍କ ଉପରେ ରହିଛି । ଦଳରେ ଜାସନ ରୟ, ବେୟରଷ୍ଟୋ, ଜୋସ ବଟଲର ଦମଦାର ଫର୍ମରେ ରହିଛନ୍ତି । ସେହିପରି ଅଧିନାୟକ ମୋର୍ଗାନ୍, ଅଲ୍ରାଉଣ୍ଡର ବେନଷ୍ଟୋକ୍ସ, ସାମ୍ ବିଲିଂସଙ୍କଠାରୁ ଚମକ୍ରାର ଆଶା କରିବ ଦଳ । ଆର୍ଚ୍ଚରଙ୍କ ସ୍ଥାନରେ ସୁଯୋଗ ପାଇଥିବା ଲିଆମ ଲିଭିଙ୍ଗଷ୍ଟୋନ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରନ୍ତି ।
୨୯ ବର୍ଷ ହେବ ଭାରତ ଘରୋଇ ପରିବେଶରେ ଇଂଲଣ୍ଡଠାରୁ ସିରିଜ ହାରି ନାହିଁ । ଭାରତ-ଇଂଲଣ୍ଡ ମଧ୍ୟରେ ୧୮ ଦ୍ୱିପାକ୍ଷିକ ଦିନିକିଅ । କ୍ରିକେଟ ସିରିଜ ଖେଳାଯାଇଛି । ଭାରତ ୯ରେ ଏବଂ ଇଂଲଣ୍ଡ ୭ଟିରେ ବିଜୟୀ ହୋଇଛନ୍ତି ୨ଟି ସିରିଜ ଡ୍ର ରହିଛି । ଭାରତରେ ଉଭୟ ଦେଶ ମଧ୍ୟରେ ୯ଟି ସିରିଜ ଖେଳାଯାଇଛି । ଭାରତ ୬ଟିରେ ଏବଂ ଇଂଲଣ୍ଡ ଗୋଟିକରେ ବିଜୟୀ ହୋଇଛି । ୨ଟି ସିରିଜ ଡ୍ର ରହିଛି । ଟିମ୍ ଇଣ୍ଡିଅ । ଘରୋଇ ପରିବେଶରେ ଇଂଲଣ୍ଡ ବିପକ୍ଷରେ ୪୮ ଦିନିକିଅ । ଖେଳିଛି । ୩୧ରେ ବିଜୟୀ ହୋଇଥିବା ବେଳେ ୧୬ରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ ଟାଇ ରହିଛି । ବିଶ୍ୱର ଏକ ନମ୍ବର ଟିମ୍ ହେବା ପାଇଁ ଟିମ୍ ଇଣ୍ଡିଅ । ନିକଟରେ ସୁଯୋଗ: ଭାରତ ଯଦି ୩-୦ରେ ସିରିଜ ଜିତିନିଏ ତାହାହେଲେ ଆଇସିସି ଦିନିକିଅ । ର୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିପାରିବ । ଏବେ ଇଂଲଣ୍ଡ ୧୨୩ ପଏଣ୍ଟସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୧୧୭ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶୁଭମନ ଗିଲ, ଲୋକେଶ ରାହୁଲ, ଶ୍ରେୟାଶ ଅ ।ୟାର, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଟି.ନଟରାଜନ, ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ।
ଇଂଲଣ୍ଡ:ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜନୀ ବେୟାରଷ୍ଟୋ, ସ୍ୟାମ ୱିଲିଙ୍ଗ୍ସ, ଜୋସ ବଟଲର, ସାମ କରନ, ଟମ କରନ, ଲିୟାମ ଲିଭିଙ୍ଗଷ୍ଟୋନ, ମ୍ୟାଟ ପାର୍କିସନ, ଅଦିଲ ରଶିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ ଓ ମାର୍କ ଉଡ ।