Odia News Portal

ଦିନିକିଆ ଓଡିଶା ଗସ୍ତରେ ଲୋକସଭା ବାଚସ୍ପତି  ଓମ୍ ବିର୍ଲା

ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଲୋକସଭା ବାଚସ୍ପତି  ଓମ୍ ବିର୍ଲା । ଆଜି ଏକ ବିଶ୍ଵବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ବିଦ୍ୟାର୍ଥୀମାନଙ୍କ ସହ କରିବେ ଆଲୋଚନା। ଭାରତୀୟ  ଯୁବକଙ୍କ ରାଷ୍ଟ୍ର ଗଠନରେ କଣ ଯୋଗଦାନ ରହିଛି ସେ ନେଇ ଆଲୋଚନା ହେବ । ଏହା ସହ ଭୁବନେଶ୍ୱରରେ କିଛି ଲୋକପ୍ରତିନିଧିଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  । ଓମ୍‌ ବିର୍ଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।