Odia News Portal

ଦର ବୃଦ୍ଧି ପ୍ରସଙ୍ଗରେ ମୋହନ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍

ରାଜଧାନୀ ରାଜରାସ୍ତାରେ ବିଜେଡି ସୁପ୍ରିମୋଙ୍କ ରଣହୁଙ୍କାର । ବିଭିନ୍ନ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଦଳ କରୁଛି ବିଶାଳ ବିକ୍ଷୋଭ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି ବିକ୍ଷୋଭସ୍ଥଳରେ ପହଞ୍ଚୁଛନ୍ତି ।

ଆନ୍ଦୋଳନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ବର୍ତ୍ତମାନର ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଡବଲ ଇଞ୍ଜିନ ଡବଲ ମାଡ । ଦରବୃଦ୍ଧି ଓ GST ମାଡ଼ରେ ଲୋକ ନୟାନ୍ତ ହୋଇପଡ଼ିଲେଣି । ନିର୍ବାଚନ ବେଳେ ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲା ବିଜେପି । କିନ୍ତୁ ଫିଲ୍ମ ରିଲିଜ ହେଲା ଏମ ଏମ ସରକାର ମହଙ୍ଗା ମାଡ଼ ସରକାର ।

ସେ ଆହୁରି କହିଛନ୍ତି, ୭ମାସ ହେଇଗଲା କେବେଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ, କିନ୍ତୁ କାମ ଶୁଣ । ଦରଦାମ ବଢିଛି ଆକ୍ସନ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି କିନ୍ତୁ ଜଣା ପଡୁନି । ଡାଲି, ତେଲ ମେଡ଼ିସିନ ସବୁ କମ୍ୟୁନିଟି ଦର ଆକାଶ ଛୁଆ । ମାର୍କେଟ ଉପରେ ସରକାରଙ୍କ କଣ୍ଟ୍ରୋଲ ନାହିଁ । ଆଇ ମା କାହାଣୀ କହି ସରକାର ଖୁସି । ଅଦିନିଆ ବର୍ଷା ପାଇଁ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି । ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି କିନ୍ତୁ ସରକାର କୁମ୍ଭ କର୍ଣ୍ଣ ନିଦରେ ସୋଇଛି । ମିଛ କଥା ମିଛ ପ୍ରତିଶ୍ରୁତି ଦେଇ ଏ ସରକାରକୁ ଆସିଛି । ବିଜେଡି ଠାରୁ କମ ଭୋଟ ପାଇ ସରକାରକୁ ଆସିଛି । GST ବେଶୀ ଗରିବ ଲୋକ ଦେଉଛନ୍ତି । ଭାରତୀୟ ଜନତା ପାର୍ଟି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖେଇଲା କିନ୍ତୁ MM ସରକାର ଫିଲ୍ମ ରିଲିଜ ହେଲା । ସାଢେ ଚାରି କୋଟି ଓଡ଼ିଆ ସରକାରଙ୍କ ଅସଲ ଚେହେରା ଖୋଲିବେ ।

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଥିବା ବିଜେଡି ଅଭିଯୋଗ କରିଛି । ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହାର କିଛି ପ୍ରଭାବ ପଡୁନଥିବା ଦଳ କହିଛି । ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଥିବା ଦଳର ନେତା କହିଛନ୍ତି । ଏହାର ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡି ଆୟୋଜନ କରିଛି ବିଶାଳ ଗଣବିକ୍ଷୋଭ ।