ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ଓପିଏସସି ଅଧ୍ୟକ୍ଷ ହାଇକୋର୍ଟରେ ହାଜର ହୋଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଅଧ୍ୟକ୍ଷ ସୋମବାର କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।
ହାଜର ହେବା ସହ ଅଧ୍ୟକ୍ଷ କୋର୍ଟଙ୍କ ସମ୍ମୁଖରେ ସଂଶୋଧିତ ଡେଣ୍ଟାଲ ସର୍ଜନ ମେଧା ତାଲିକା ଦାଖଲ କରିଥିଲେ। ଏହି ତାଲିକାକୁ କାଲି ସୁଦ୍ଧା ଓପିଏସସି ନିଜର ଅଫିସିଆଲ ୱେବସାଇଟରେ ଅପଲୋଡ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି, ସେନେଇ ହାଇକୋର୍ଟ ତଥ୍ୟ ଲୋଡିଛନ୍ତି । ଏଥିସହ ସରକାରଙ୍କୁ ନିଯୁକ୍ତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।