ଶେଷରେ ଗିରଫ ହେଲେ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ର । ଶାନ୍ତନୁ ମହାପାତ୍ରଙ୍କ ସମେତ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ଜଣଙ୍କୁ ଗିରଫ କଲା ପୋଲିସ୍ । ମାଲକାନଗିରି କୃଷି ବିଭାଗର ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନ ଗିରଫ ।
ସୂଚନା ଥାଉକି, ଜଳଛାୟା ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବା ଘଟଣା, ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଜଣେ ଅଧିକାରୀ ଏତେ ଟଙ୍କା କେମିତି ଓ କେଉଁଠୁ ଆଣିଲେ, ଘରେ କାହିଁକି ରଖିଥିଲେ ତାହା ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ ତଦନ୍ତ ଜାରି ରଖିଛନ୍ତି ଭିଜିଲାନ୍ସ ।
ସେପଟେ ସାମ୍ନାକୁ ଆସୁଛି ପ୍ରକଳ୍ପ ନିର୍ଦ୍ଦେଶକଙ୍କ କେଳେଙ୍କାରୀ । ଲେବରଙ୍କ ନାଁରେ କୋଟି କୋଟି ଚଳୁ,ସାମ୍ନାକୁ ଆସିଲା ଠକେଇର ଗଂଜାମ ଲିଙ୍କ୍ । ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ, ଯେତେ ଖୋଳିଲେ ସେତେ ବାହାରୁଛି । ତଦନ୍ତ ବେଳେ ଜଣାପଡିଛି ସଂପୃକ୍ତ ଅଧିକାରୀ କର୍ମଚାରୀଙ୍କ ସହ ମିଶି ଆତ୍ମସାତ କରୁଥିଲେ ଟଙ୍କା ।
ତଦନ୍ତ ବେଳେ ତାଙ୍କ ସହକର୍ମୀ ଡିଇଓ ବିଶ୍ବଜିତ ମଣ୍ଡଳ ଓ ଅନ୍ୟ ଜଣେ କର୍ମଚାରୀ ଅମୀୟକାନ୍ତ ସାହୁଙ୍କ ନିକଟରୁ ମିଲିଛି ଲେବର ମାନଙ୍କର ପୁଳା ପୁଳା ପାସବୁକ । ଲେବର ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପରିଚାଳିତ କରୁଥିଲେ ତିନି ଜଣ । ବିଭିନ୍ନ ପ୍ରକଳ୍ପ ରେ କାମ ହୋଇ ନଥିଲେ ମଧ୍ୟ କାମ ହୋଇଯାଇଥିବା ଦେଖାଇ ଏହି ଆକାଉଣ୍ଟ ମଧ୍ୟମରେ ସରକାରୀ ଅର୍ଥ ହଡପ କରୁଥିଲେ ଓ ନିଜ ଭିତରେ ବାଣ୍ଟୁ ଥିଲେ ।
ଠିକାଦାରଙ୍କୁ ଲାଞ୍ଚ ଟଙ୍କା ନେବା ପାଇଁ ଗଞ୍ଜାମ ଜିଲ୍ଲାର ଜଣେ ଜନ ସେବା କେନ୍ଦ୍ର ମାଲିକ ଅଲେଖ ପ୍ରଧାନ ଙ୍କୁ ରଖାଯାଇଥିଲା ବୋଲି ଜାଣିବାକୁ ପାଇଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଶାନ୍ତନୁ ମହାପାତ୍ରଙ୍କ ଘରୁ ୨ କୋଟି ଟଙ୍କା ନଗଦ ମିଳିସାରିଛି । ଲକର ଭିତରୁ ଜବତ ଜମି କାଗଜପତ୍ର ନେଇ ଚାଲିଛି ଯାଂଚ ।