ଗତ ଶନିବାର ଦିନ ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଭୂପତିନଗର ଅଞ୍ଚଳରେ ଶନିବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଟିମ୍ ଉପରେ ଆକ୍ରମଣ ହୋଇଥିଲା । କିଛି ଦୁର୍ବୃତ୍ତ ଏନ୍ଆଇଏ ଅଧିକାରୀଙ୍କ ଟିମ୍କୁ ଘେରିଯାଇ ସେମାନଙ୍କୁ ଟଣାଘୋଷରା କରିବା ସହ ମାଡ଼ ମାରିଥିବା ଏବଂ ସେମାନଙ୍କ ଗାଡ଼ି ଉପରେ ଢ଼େଲା ପଥର ମାଡ଼ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।
ତେବେ ଗୋଟିଏ ପଟେ ଏହାକୁ ନେଇ ଉଭୟ ଏନ୍ଆଇଏ ଏବଂ ପଶ୍ଚିମବଙ୍ଗ ପୁଲିସ୍ ଏବଂ ଏନ୍ଆଇଏ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ଅନ୍ୟପକ୍ଷେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଉଷ୍ମତା ଚରମ ସୀମାରେ ପହଞ୍ôଚଛି । ଏପରି ସମୟରେ ପଶ୍ଚିିମବଙ୍ଗ୍ ପୁଲିସ୍, ଭୂପତିନଗର ଘଟଣା ଦିନ ଆସିଥିବା ଏନ୍ଆଇଏର ୨ ଅଧିକାରୀ ଏବଂ ଆହତ ହୋଇଥିବା ଅନ୍ୟତମ ଏନ୍ଆଇଏ ଅଧିକାରୀଙ୍କୁ ଏବେ ଜେରା କରିବା ପାଇଁ ଚାହୁଁଥିବା ଏବଂ ଏଥିପାଇଁ ନୋଟିସ୍ ଜାରି କରି ଡକାଇଥିବା ସୂଚନା ମିଳିଛି । ପ୍ରକାଶ, ଘଟଣାରେ ପଶ୍ଚିମବଙ୍ଗ ପୁଲିସ୍କୁ ଏନ୍ଆଇଏ ଟିମ୍ ଉକ୍ତ ଅଞ୍ଚଳକୁ ଯାଉଥିବା ସମ୍ପର୍କରେ ପୂର୍ବରୁ ସୂଚୀତ କରାଯାଇଥିବା ସତ୍ତ୍ୱେ ପୁଲିସ୍ ଟିମ୍ ସେଠାରେ ଉଦ୍ଦେଶ୍ୟମୂଳକ ଭାବେ ସେଠାରେ ଉପସ୍ଥିତ ନରହିବା ନେଇ ଏନ୍ଆଇଏର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଛନ୍ତି । ଏନ୍ଆଇଏ ପକ୍ଷରୁ ଏନେଇ ହାଇକୋର୍ଟରେ ପଶ୍ଚିମବଙ୍ଗ ପୁଲିସ୍ ବିରୋଧରେ ଏକ ପିଟିସନ୍ ମଧ୍ୟ ଫାଇଲ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷେ ପଶ୍ଚିମବଙ୍ଗ ପୁଲିସ୍ ଏନ୍ଆଇଏ ତରଫରୁ ଏନେଇ କୌଣସି ଆଗୁଆ ସୂଚନା ସେମାନଙ୍କୁ ଦିଆଯାଇନଥିବା ସଫେଇ ଦେଇଆସୁଛି ।