Odia News Portal

ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼

ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ଗୁରୁତର। ବାଲେଶ୍ବର ଜିଲ୍ଲା ରେମୁଣା ନିକଟ ବାଲିଆରେ ଏଭଳି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ୪ଜଣ ଦୁର୍ବୃତ୍ତ ଗୁଳି ମାରିଛନ୍ତି। ଯୁବକଙ୍କ ନାକରେ ବାଜିଛି ଗୁଳି। ଯୁବକଙ୍କ ନାମ ମନୋରଞ୍ଜନ ବିନ୍ଧାଣୀ ଓରଫ ଲିପୁ ବୋଲି ଜଣାଯାଇଛି। ଯୁବକଙ୍କୁ ଦୁଇ ଦୃର୍ବୁତ୍ତ ଗୁଳି କରିଥିଲେ। ଦୁଇ ରାଉଣ୍ଡ ଗୁଳି କରି ସେମାନେ ଫେରାର ମାରିଥିଲେ।