ରାଜ୍ୟ ସରକାର କାଠଚୋରମାନଙ୍କ କବଳରୁ, ଅଗ୍ନିକାଣ୍ଡରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଓ ଶିକାରୀମାନଙ୍କ କବଳରୁ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସେଗୁଡିକ ହେଲ। –
୧. ବିଭାଗୀୟ କର୍ମଚାରୀ ଓ ସ୍କ୍ୱାର୍ଡମାନଙ୍କ ଦ୍ୱାରା ନିୟମିତ ପେଟ୍ରୋଲିଂ କରାଯାଉଛି ଏବଂ ଓଡ଼ିଶା ଜଙ୍ଗଲ ଆଇନ, ୧୯୭୨ ଓ ଓଡ଼ିଶ। କାଠ ଏବଂ ଅନ୍ୟ।ନ୍ୟ ଜଙ୍ଗଲ ଉତ୍ପ।ଦ ପରିବହନ ନିୟମ, ୧୯୮୦ ଅନୁଯାୟୀ ଦୋଷୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
୨. ବନାଗ୍ନି ପ୍ରତିକାର ଓ ପ୍ରଶମନ ନିମନ୍ତେ, ସଚେତନତା ଅଭିଯାନ, ବନାଗ୍ନି ରେଖା ପ୍ରସ୍ତୁତି କରାଯାଇଅଛି । ବନାଗ୍ନି ପ୍ରତିରୋଧକ ସ୍କ୍ୱାର୍ଡଗୁଡ଼ିକ ମୁତୟନ କରାଯାଇଅଛି ଏବଂ ଓଏଫଏମଏଶ ମୋବାଇଲ ଆପ୍ ମାଧ୍ୟମରେ ଅଗ୍ନି ପ୍ରଶମନ ରେକର୍ଡ କରାଯାଉଅଛି ।
୩. ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ୱାର୍ଡ, ଜଙ୍ଗଲ ସୁରକ୍ଷା ସ୍କ୍ୱାର୍ଡ, ବନ ବିଭାଗୀୟ କର୍ମଚାରୀ, ବନ ସୁରକ୍ଷା ସମିତି ଓ ପରିବେଶ ଉନ୍ନୟନ କମିଟି ସଦସ୍ୟମାନଙ୍କ ସହିତ ଜଙ୍ଗଲ ଓ ବନ୍ୟପ୍ରାଣୀମାନଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ବନ୍ୟଜନ୍ତୁ ଶିକାର ଓ ଚୋରାଚାଲାଣକୁ ରୋକିବା ନିମନ୍ତେ, ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁସାରେ ଦୋଷୀମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
୪. ଜଙ୍ଗଲ ଅପରାଧ ଚିହ୍ନଟ ନିୟମ।ବଳୀ ପ।ଇଁ ଓଡ଼ିଶ। ପୁରସ୍କ।ର, ୨୦୦୪ ଅନ୍ତର୍ଗତ ନିୟମାବଳୀଗୁଡ଼ିକୁ ସଂଶୋଧନ କରାଯାଇ ଜଙ୍ଗଲ ଅପରାଧ ସମ୍ପର୍କରେ ସୂଚନା ଦେଉଥିବା ସୂଚନାଦାତାଙ୍କୁ ପୂର୍ବ ନିର୍ଦ୍ଧାରିତ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଜଙ୍ଗଲ ସୁରକ୍ଷା ଦିଗରେ ଜନସାଧାରଣ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରାଯାଉଛି ।
ଓଡ଼ିଶାର ସମସ୍ତ ବନଖଣ୍ଡରେ ୨୪୫ ଗୋଟି ହାତୀ, ୩ ଗୋଟି ମହାବଳ ବାଘ ଏବଂ ୨୧ ଗୋଟି କଲରାପତ୍ରିଆ ବାଘ ବିଭିନ୍ନ କାରଣରୁ ଗତ ୩ ବର୍ଷ (୨୦୨୧-୨୨ ଠାରୁ ୨୦୨୩-୨୪) ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ୨୦୨୪ ମସିହାରେ ମହାରାଷ୍ଟ୍ରର ତଡୋବା-ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ୨ ଗୋଟି ମାଈ ବାଘ ଶିମିଳିପାଳ ଜଙ୍ଗଲରେ ଛଡ଼ାଯାଇଛି ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.