Odia News Portal

ଛାତ୍ରୀଙ୍କୁ ଯୌନ ନିର୍ଯାତନା; ଆସୋସିଏଟ୍‌ ପ୍ରଫେସର ନିଲମ୍ବିତ

ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଆସୋସିଏଟ୍‌ ପ୍ରଫେସର ନିଲମ୍ବିତ ହୋଇଛନ୍ତି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି। ହେଡକ୍ୱାର୍ଟର ନ ଛାଡ଼ିବାକୁ ଆସୋସିଏଟ୍‌ ପ୍ରଫେସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଫେସରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଛାତ୍ରୀ।

ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍‌ସେହି ସମୟରେ ନିଜ ବିଭାଗର ଜଣେ ଛାତ୍ରୀ ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ଛାତ୍ରୀ ଜଣକ ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ। ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ।