Odia News Portal

ଛାତଉପର ସୌର ଶକ୍ତି ପ୍ରକଳ୍ପ ପାଇଁ ୧୦୦ କୋଟି ବଜେଟ ଉପସ୍ଥାପନ

ବିଧାନସଭାରେ ରାଜ୍ୟ ବଜେଟ ଆଗତ ହୋଇଛି । ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ପ୍ରଧାନମନ୍ତ୍ରୀ ସର୍ବଦା ୪ଟି ବର୍ଗକୁ ପ୍ରାଥମିକତା ଦେଇଛନ୍ତି । ଗରିବ , ମହିଳା ,ଚାଷୀ ଓ ଯୁବପିଢିଙ୍କୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି । ବିକଶିତ ଭାରତ ପାଇଁ ବିକାଶ ଓଡିଶା ଜରୁରୀ । ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ । ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ତେବେ ବଜେଟରେ ବଡ ଘୋଷଣା କରିଛନ୍ତି ମୋହନ ସରକାର ।ଛାତଉପର ସୌର ଶକ୍ତି ପ୍ରକଳ୍ପ (ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଘର) ୧୦୦ କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି ।