Odia News Portal

ଛତିଶଗଡ ତେଲେଙ୍ଗାନା ସୀମାରେ ମାଓ ବିରୋଧୀ ବଡ ଅପରେସନ ଜାରି

ଛତିଶଗଡ ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ବିରୋଧରେ ସବୁଠୁ ବଡ ଅପରେସନ ଜାରି ରହିଥିବା ବେଳେ ଘଞ୍ଚ  ଜଙ୍ଗଲରେ ଠାବ ହୋଇଛି ମାଓବାଦୀଙ୍କ ଗୁମ୍ଫା। କିଟି କିଟି ଅନ୍ଧାର ରାତିରେ ଗୁମ୍ଫା ଠାବ କଲେ ଯବାନ। ଗୁମ୍ଫା ଭିତରେ ପାନୀୟ ଜଳ ଓ ବିଶ୍ରାମ ନେବାର ବ୍ୟବସ୍ଥା ରହିଥିଲା ।

ତେବେ ଯବାନ ମାନେ ସେଠାରେ ପହଞ୍ଚିବା ବେଳେକୁ ସୁଚନା ପାଇ ମାଓବାଦୀମାନେ ଗୁମ୍ଫାରୁ ଖସି ପଳାଇଛନ୍ତି। ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ  ଜଙ୍ଗଲରେ ଜୋରଦାର ଅପରେସନ ଚାଲିଛି । ୫ ଦିନ ଧରି କରିଗେଟା  ଜଙ୍ଗଲକୁ ଘେରି ରଖିଛନ୍ତି ୧୦ ହଜାର ଯବାନ। ପ୍ରାୟ ୧୦୦୦ ମାଓବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି। ଅପରେସନରେ  ବାୟୁସେନାର ହେଲିକପ୍ଟର ବି ସାମିଲ ହୋଇଛି ।