Odia News Portal

ଚୋରା ମଦ ବେପାରୀଙ୍କୁ କାବୁ କଲା ଅବକାରୀ ବିଭାଗ

କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ରାଧାପୁର ଗ୍ରାମର ଜଣେ ଚୋରା ମଦ ବେପାରୀକୁ ଗୋଡ଼ାଇ ଗୋଡ଼ାଇ ଫ୍ଲିଲ୍ମ ଷ୍ଟାଇଲରେ କାବୁ କରିଛି ଅବକାରୀ ବିଭାଗ। ଗିରଫ ଯୁବକ ରାଧାପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୭ ତାରିଖରେ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ବେହେରା ଙ୍କ ଘରେ ଅବକାରୀ ବିଭାଗ ଚଢ଼ାଉ କରି ୫୦ ଲିଟର ମହୁଲି ମଦ ଜବତ କରିବା ସହ ୧ ହଜାର କିଗ୍ରା ପୋଚ ନଷ୍ଟ କରାଯାଇଥିଲା ।

ଚଢ଼ାଉ ସମୟରେ ସେ ଅବକାରୀ ବିଭାଗ କୁ ଚକମା ଦେଇ ଫେରାର ହୋଇଯାଇଥିବା ବେଳେ ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ରଙ୍କ ନାମରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଥିଲା । ଏନେଇ କୋର୍ଟରୁ ପୂର୍ଣ୍ଣ ଚନ୍ଦ୍ର ଙ୍କ ନାମରେ ଓ୍ବାରେଣ୍ଟ ଜାରି ହୋଇଥିଲା। ତେବେ ପାଟଣା ଅବକାରୀ ବିଭାଗ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ଙ୍କୁ ଗିରଫ କରିବା ପାଇଁ ମାଛଗଡ଼ ରାସ୍ତା ପଟୁ ତାଙ୍କ ବାଇକ୍ କୁ ପିଛା କରି ସାହାରପଡା ମୁଖ୍ୟ ବଜାରରେ ସାଧା ପୋଷାକଧାରୀ ୨ଜଣ ଅବକାରୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ଙ୍କ ବାଇକ  ଧରିଥିଲେ।