ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା । ଚାକିରୀ ଅପେକ୍ଷାରେ ରହିଛନ୍ତି ୧୨ ଲକ୍ଷରୁ ଅଧିକ ଯୁବକ ଯୁବତୀ । କର୍ମ ନିଯୋଜନ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ । ହେଲେ ନିଯୁକ୍ତି ପାଇଛନ୍ତି, ମାତ୍ର ୨ ହଜାର ୨ ଶହ ୭୪ । ତାଲିମ ନେଲେ ୧୮ ଲକ୍ଷ ହେଲେ ନିଯୁକ୍ତି ପାଇଛନ୍ତି ୧ ଲକ୍ଷ । ବିଗତ ୧୦ ବର୍ଷରେ ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ଚାକିରୀ ପାଇଛନ୍ତି ମାତ୍ର ୧ ଲକ୍ଷ ୫ ହଜାର ୪୪୪ ପିଲା । ବିଧାନ ସଭାରେ ଦକ୍ଷତା ବିକାଶ , ବୈଶୟିକ ଶିକ୍ଷା ମନ୍ତ୍ରୀ ସଂପଦ ଚରଣ ସ୍ୱାଇଁ ଗୃହରେ ୫ ବର୍ଷର ତଥ୍ୟ ରଖିଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।