Odia News Portal

ଚର୍ଚ୍ଚା ବଢ଼ାଇଲା ପ୍ରଭାତୀ ପରିଡାଙ୍କ ସୋସିଆଲ ମିଡିଆ ପୋଷ୍ଟ

ଚର୍ଚ୍ଚା ବଢାଇଲା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୋସିଆଲ ମିଡିଆ ପୋଷ୍ଟ । ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ କ’ଣ କହିବାକୁ ଚାହିଁଛନ୍ତି ପ୍ରଭାତୀ ପରିଡ଼ା । ଆଜି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଏକ ସଂଗଠନ ଅନେକ ସମୟରେ ଜଣେ ବ୍ୟକ୍ତିଙ୍କ ନେତୃତ୍ୱକୁ ନେଇ ଆଗକୁ ବଢିଥାଏ । କିନ୍ତୁ ସେହି ବ୍ୟକ୍ତି ଯେ, ସଂଗଠନକୁ ଚିରକାଳ ଆଗକୁ ନେବାର କ୍ଷମତା ରଖନ୍ତି ତାହା ନୁହେଁ । ବ୍ୟକ୍ତି ଅବସର ନିୟନ୍ତି, ଅପସରି ଯାଆନ୍ତି, ଅବସନ୍ନ ହୁଅନ୍ତି, ନେତୃତ୍ୱ ବଦଳେ, ନୂଆ ନେତୃତ୍ୱର ଜନ୍ମ ହୁଏ ଓ ସଂଗଠନ ପୁଣି ଆଗକୁ ବଢେ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଏହା ଏକ ନିରନ୍ତର ଧାରା । ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀର ଭଉଣୀ ମାନଙ୍କୁ ଏହି ଧାରାରେ ସାମିଲ ହେବାକୁ ପଡିବ । ଏହିଥିରେ ହିଁ ତାଙ୍କ ବିକାଶ । ଯାହା ଆଜି ଦେଖିପାରୁନାହାନ୍ତି ତାହା ଆସୁ ଥିବା କାଲିର ସତ୍ୟ । କିଛି ଦିନ ତଳେ ପ୍ରଭାତୀ ପରିଡ଼ା କହିଥିଲେ ଏଏସ୍‌ଜି ହେବ ପୁର୍ନଗଠନ । ନୂଆ ସଭାପତି, ସମ୍ପାଦକ ନିଯୁକ୍ତ କରାଯିବ ବୋଲି କହିଥିଲେ ପ୍ରଭାତୀ । ଏବେ ପୁଣି ପ୍ରଭାତୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଚର୍ଚ୍ଚା ବଢାଇଛି ।