Odia News Portal

ଗାଡି ଚାଳକ ସାବଧାନ! ଗାଡି ଚଲାଇବା ବେଳେ ମୋବାଇଲରେ କଥାହେଉଥିଲେ ଗାଡି, ମୋବାଇଲ ସବୁ ଛଡାଇନେବ ପୋଲିସ 

ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିଲେ ଏବେ ଗାଡ଼ି ଜବତ ହେବା ସହ ମୋବାଇଲ୍ ମଧ୍ୟ ହେବ ଜବତ । ଗାଡ଼ି କୋର୍ଟ ଚାଲାଣ କରିବା ସହ ମୋବାଇଲକୁ ଜବତ କରିବ ପୋଲିସ ।

ଚେକିଙ୍ଗ ସମୟରେ ପୋଲିସ ଉପରକୁ ଗାଡ଼ି ଚଢାଇ କେତେକ ଅମାନିଆ ଡ୍ରାଇଭର ଖସି ପଲାଉ ଥିବା ନଜିର ଆସିଛି । ସେମାନଙ୍କୁ ସାବାଡ କରିବା ପାଇଁ କମିସନରେଟ ପୋଲିସ ଏବେ ୩୦୭ ଦଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବା ପାଇଁ କରୁଛି ଯୋଜନା , ଯେଉଁଥିରେ ଖସି ପଳାଉଥିବା ଗାଡ଼ି ଚକା ହୋଇଯିବ ପଙ୍କଚର । ପୋଲିସ ଏଭଳି ଆକ୍ସନ ନେବ ବୋଲି କହିଛନ୍ତି ପୋଲିସ କମିଶନର ।