Odia News Portal

ଖଣି ମାଫିଆଙ୍କ ବିରୋଧରେ ହେଉ କଡା ଆକ୍ସନ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁସୁମ ଟେଟେ

ବର୍ଷ ବର୍ଷ ଧରି ସୁନ୍ଦରଗଡରେ ଚାଲିଛି କଳା ହୀରାର କଳା କାରବାର । ଦିନରାତି ବେଧଡକ କୋଇଲା ବୋହି ନେଉଛନ୍ତି ମାଫିଆ । ଏଥିରେ କିଛି ସରକାରୀ ବାବୁଙ୍କ ହାତ ଥିବା ନେଇ ଆସିଛି ସଂଗୀନ ଅଭିଯୋଗ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ମାଫିଆଙ୍କ ବିରୋଧରେ କଡା ଆକ୍ସନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ କୁସୁମ ଟେଟେ ।