ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବାସ ଭବନରେ ବସିଛି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତରୁଣ ଚୁଗ ଉପସ୍ଥିତ ଅଛନ୍ତି । ସଂଗଠନ ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ବିଭିନ୍ନ ବୋର୍ଡ ଏବଂ ନିଗମ ନିଯୁକ୍ତି ନେଇ ଚାଲିଛି ମାନସ ମନ୍ଥନ । ୧୪ ତାରିଖରେ ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ କୋର କମିଟି ବୈଠକରେ ଯୋଗ ଦେଇ ଶୀଘ୍ର ନିଯୁକ୍ତି ନେଇ ଗୁରୁତ୍ୱ ଦେଇଛନ୍ତି ତରୁଣ ଚୁଗ ।