କେନ୍ଦୁଝରରେ ଜେ ଏସ ଡବ୍ଲ୍ୟୁ – ପୋସ୍କୋ ମିଳିତ ସହେଯାଗରେ ହେବ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜେ ଏସ ଡବ୍ଲ୍ୟୁ ସହ ପୋସ୍କୋ ଏମଓୟୁ କରିବା ପରେ ଲାଗି ରହିଥିଲା ଚର୍ଚ୍ଚା । ଦିଲ୍ଲୀ ଓ ମୁମ୍ବାଇରେ ମେକ ଇନ ଓଡିଶା ରୋଡ ସୋ ବେଳେ କଥା ହୋଇଥିଲି । ସେଠାରେ ଉଭୟ ଜେଏସଡବ୍ଲ୍ୟୁ ଓ ପୋସ୍କୋ ସହ ଆଲୋଚନା କରିଥିଲି । ଏହା ଭିତରେ ସେମାନେ ମଧ୍ୟ ପରସ୍ପର ମଧ୍ୟରେ ଏମଓୟୁ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ସେମାନେ ପ୍ଲାଣ୍ଟ କରିବେ ବୋଲି ସେମାନେ ମେନସନ କରିଛନ୍ତି । ନିଶ୍ଚିତ ଭାବେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।