Odia News Portal

କୃଷକସାଥୀଙ୍କ ସହାୟତା ରାଶି ବଢ଼ିଲା

ରାଜ୍ୟରେ ପଂଚାୟତସ୍ତରରେ କାର୍ୟ୍ୟରତ ‘କୃଷକ ସାଥୀ’ମାନଙ୍କର ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ହୋଇଛି । କୃଷକସାଥୀମାନଙ୍କ ଆବଶ୍ୟକ ଖର୍ଚ୍ଚ ପାଇଁ ସହାୟତା ରାଶି ପରିମାଣ ବର୍ଷକୁ ୧୨ହଜାର ଟଙ୍କା ପରିବର୍ତ୍ତେ ୧୮ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ରାଶି ୨୦୨୩ ଅକ୍ଟୋବର ମାସରୁ ଲାଗୁ ହେବ । ଏହାଦ୍ୱାରା ରାଜ୍ୟର ୧୩୬୦୦ କୃଷକ ସାଥୀ ଉପକୃତ ହେବେ । ୨୦୦୭-୦୮ ମସିହାରେ ରାଜ୍ୟ ସରକାର କୃଷି ପ୍ରସାରଣ କାର୍ୟ୍ୟରେ ସହାୟତା ପାଇଁ ରାଜ୍ୟର ଅଗ୍ରଣୀ ଚାଷୀମାନଙ୍କୁ କୃଷକ ସାଥୀ ଭାବେ ନିଯୁକ୍ତି ଦେଇଥିଲେ । ପ୍ରତ୍ୟେକ ପଂଚାୟତରେ ୨ଜଣ ଲେଖାଏଁ କୃଷକ ସାଥୀ କାର୍ୟ୍ୟ କରୁଛନ୍ତି ।