ଖୁବ୍ର ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ସବୁଜ ସଙ୍କେତ । ହାଇକୋର୍ଟଙ୍କ ରହିତା ଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରାହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରଖିଥିଲା ।
ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବା ନେଇ ହାଇକୋର୍ଟରେ ଆବେଦନ କରିଥିଲା, ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି । ହାଇକୋର୍ଟରେ ଶୁଣାଣି ବେଳେ ବିଏମସି ନିଜ ପକ୍ଷ ରଖିଥିଲା । ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ବିଏମସିକୁ ସବୁଜ ସଙ୍କେତ ମିଳିଥିବା ନେଇ ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି ।