ରହସ୍ୟ ଘେରରେ ବୈକୁଣ୍ଠ ଧାମ । କୁଆଡ଼େ ଗଲେ କଳକୀ ବାବା ? ଖଣ୍ଡଗିରିର ଆଶ୍ରମରେ ଖୋଜୁଛି ପୋଲିସ । ଆଶ୍ରମକୁ କବଜାକୁ ନେଇଛି ପୋଲିସ। ଦୁଇ ସେକ୍ସନ ପୋଲିସ ଉପସ୍ଥିତ ଅଛନ୍ତି । ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଆଶ୍ରମରେ ଭିଡ଼ ହୋଇଥାନ୍ତା । ଲାଗିଥାନ୍ତା କୁନି କଳକୀ ବାବାଙ୍କ ଦରବାର । ହେଲେ ବିବାଦ ପରେ ବାବା ଉଭାନ। ଖାଁ ଖାଁ ଆଶ୍ରମ ।
ଏସବୁ ଭିତରେ ବୈକୁଣ୍ଠ ଧାମର ଆଉ ଏକ ଘର ଠାବ ହୋଇଛି ।
ଏହି ଘରେ ବିଦେଶୀ ଭକ୍ତ ରହୁଥିଲେ । ସ୍ଥାନୀୟ ଲୋକଙ୍କୁ ଆଶ୍ରମ ଭିତରକୁ ପ୍ରବେଶ ନିଷେଧ ଥିବା ବେଳେ, ବିଦେଶୀ ଭକ୍ତଙ୍କ ରହିବା ପାଇଁ ଏହି ଘରର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବାଳକକୁ ଜଗନ୍ନାଥ କହି କଳକୀ ଅବତାର କହି ନିରୀହ ଲୋକଙ୍କ ଭାବନା ସହିତ ଖେଳା ଯାଉଥିଲା ଖେଳ । ବୈକୁଣ୍ଠ ଧାମ ଆଶ୍ରମରେ ନାବାଳକଙ୍କୁ କଳକୀ ଅବତାର ବୋଲି ଘୋଷଣା କରି ତାଙ୍କ ପାଦରେ ତୁଳସୀ ଓ ଭଗବତ ଗୀତା ରଖି ପୂଜାର୍ଚ୍ଚନା କରାଯାଉଥିଲା ।
ସେ ଲୋକଙ୍କୁ ଭବିଷ୍ୟବାଣୀ କରୁଥିଲେ। ଏଠାରେ ପ୍ରଶ୍ନ ଉଠୁଛି କୁନି ବାଳକଙ୍କୁ କଳକୀଙ୍କ ଅବତାର କିଏ ସଜେଇ ଥିଲେ ? କଣ ଥିଲା ଉଦେଶ୍ୟ ? ପଛରେ ଥିଲା କି ବଡ଼ ଷଡଯନ୍ତ୍ର ? ଏ ସବୁର ରହସ୍ୟ ଭେଦିବ ପୋଲିସ ।