Odia News Portal

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ

ଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । କାହାକୁ ପିସିସି ସଭାପତି ବାଛିବେ ଶୀର୍ଷ ନେତୃତ୍ବ । ଏନେଇ ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପିସିସି କାର୍ଯ୍ୟାଳୟରେ ଏହି ବୈଠକ ବସିବ ।  PCC ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଷ୍ଟିୟରିଂ କମିଟିର ସମସ୍ଥ ୨୧ ସଦସ୍ୟଙ୍କ ସହ ୧୪ ଜଣ ବିଧାୟକଙ୍କୁ ନେଇ ଏହି ବୈଠକ ବସିବ।

ଆଜି ଏହି ବୈଠକ ତିନିଟା ଯାଏ ଚାଲିବ । ୩ଟା ରେ ବରିଷ୍ଠ କଂଗେସ ନେତା ଓ ପୂର୍ବତନ MLA ମାନଙ୍କ ସହ ହେବ ବୈଠକ।  ଆସନ୍ତାକାଲି ଜିଲ୍ଲା ସଭାପତିଙ୍କୁ ନେଇ ହେବ ବୈଠକ । ଏନେଇ ଯେଉଁ ନେତାଙ୍କୁ ଚିଠି ହୋଇଛି ସେମାନେ ଉପସ୍ଥିତ ରହିବେ । 

୫ ତାରିଖରେ ମଧ୍ୟରେ କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ। ଦିଲ୍ଲୀ ଫେରି AICC ସଭାପତିଙ୍କୁ ଆଲୋଚନା ନେଇ ରିପୋର୍ଟ ଦେବାପରେ ଖୁବ୍ ଶିଘ୍ର ପିସିସି ସଭାପତି ଏବଂ ଅନ୍ୟାନ୍ୟ ପଦପଦବୀ ଘୋଷଣା କରିବ AICC ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ସାଧାରଣ ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥିଲା । ଏଥିରେ କଂଗ୍ରେସ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ହେଲେ ପୂର୍ବ ନିର୍ବାଚନ ଅପେକ୍ଷା ଭଲ ସିଟ୍‌ ଜିତିଥିଲା । କିନ୍ତୁ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଯାଇଥିଲା । ଏହାସହ ସମସ୍ତ କମିଟି ମଧ୍ୟ ଭଙ୍ଗ କରାଯାଇଥିଲା । ସେବେଠୁ ରାଜ୍ୟ କଂଗ୍ରେସ ମୁଖିଆ ବିହୀନ ରହିଛି । ତେଣୁ ଖୁବଶୀଘ୍ର ରାଜ୍ୟ ପିସିସିକୁ ନୂଆ ସଭାପତି ମିଳିବ ବୋଲି ଆଶା କରାଯାଉଛି । ୨୫ ବର୍ଷ ହେଲା କ୍ଷମତାଠାରୁ ଦୂରେଇ ରହିଛି କଂଗ୍ରେସ । ରାଜ୍ୟବାସୀଙ୍କ ଆସ୍ଥା ବିଶ୍ବାସ ସୃଷ୍ଟି କରିବାରେ ବିଫଳ ହୋଇଛି ଦଳ ।  ଓଡ଼ିଶାରେ ଦଳର ପ୍ରଦର୍ଶନ ଶୋଚନୀୟ ହୋଇଥିବାରୁ ଜଣେ ଦକ୍ଷ ସଙ୍ଗଠକଙ୍କୁ ମୁଖିଆ କରିବା ପାଇଁ ଉଦ୍ୟମ ଚାଲିଛି ।