କାଲି ଜଳିବ ଓଡିଶା । ଏହି ସବୁ ଜିଲ୍ଲାକୁ ଅସ୍ତବ୍ୟସ୍ତ କରିବ ତାତି
ତାତିରୁ ନିସ୍ତାର ନାହିଁ । ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା । ଆଜି ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ବେଳେ ଆସନ୍ତାକାଲି ବି ଅସ୍ତବ୍ୟସ୍ତ କରିବ ତାତି । ଆଜିଠୁରୁ ଆସନ୍ତାକାଲି ତାପମାତ୍ରା ଆହୁରି ବଢିବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସାଢେ ୧୧ଟା ସୁଦ୍ଧା ଯଦି ରିପୋର୍ଟ ଉପରେ ନଜର ପକାଇବା ତେବେ, ୩୮ ଡିଗ୍ରୀ ଟଫିଛି ପାରଦ । ସମ୍ୱଲପୁର ତାପମାତ୍ରା ୩୮.୮ ଡିଗ୍ରୀ, ଝାରସୁଗୁଡା ୩୮, ହୀରାକୁଦ ୩୭.୪ ଡିଗ୍ରୀ, ବାଲେଶ୍ୱର ୩୫.୫ ଓ ଚାନ୍ଦବାଲି ୩୫.୬ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଛି ।