Odia News Portal

କମିଛି ସୁନା ଦର

ଅନେକ ଦିନରେ ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ ହୋଇଛି । ସୁନା କିଣିବାର ଆଜି ଅଛି ସୁବର୍ଣ୍ଣ ସୁଯୋଗ । କିଣିବା ପୂର୍ବରୁ ନଜର ପକାନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୮୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୭ ହଜାର ୭୦୦ ଟଙ୍କା ରହିଛି ।

ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭,୭୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୩,୮୫୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୭,୭୦୦ ଟଙ୍କା ଓ ୭୩,୮୫୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୭,୮୫୦ ଟଙ୍କା ଓ ୭୪,୦୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୮,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୪,୪୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୭,୭୦୦ ଟଙ୍କା ଓ ୭୩,୮୫୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୧,୫୦୦ ଟଙ୍କା ହୋଇଛି ।