ଓଡ଼ିଶା ହସ୍ତତନ୍ତକୁ ଦେଖିବେ ପ୍ରବାସୀ । ପ୍ରବାସୀ ସମ୍ମିଳନୀ ପାଇଁ ବୟନିକା ପକ୍ଷରୁ ସ୍ବତନ୍ତ୍ର ଆୟୋଜନ। ୧୨ ତାରିଖ ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ଖୋଲା ରହିବ ବୟନିକା। ଆଉ ରାତିରେ କିଣିଲେ ମିଳିବ ଅଧିକ ରିହାତି। ରାତିରେ ଶାଢ଼ୀ କିଣିଲେ ଅଧିକ ରିହାତି ପାଇବେ ଗ୍ରାହକ । ଏଭଳି ଅଫର ଆଣିଛି ବୟନିକା। ପ୍ରବାସୀ ଭାରତୀୟ ଦିବସ ପାଇଁ ତିନି ଦିନ ପାଇଁ ବୟନିକା ୨୪ ଘଣ୍ଟା ଧରି ଖୋଲା ରହିବ ଏବଂ ପ୍ରତ୍ୟେକ ସାଢ଼ିରେ ପ୍ରାୟ ୨୦ ପ୍ରତିଶତ ରିହାତି ମିଳିବ । ଯେଉଁ ଗ୍ରାହକ ଆସି ବୟନିକାରେ ଶାଢ଼ୀ ସାର୍ଟ କିଣିବେ ସେମାନଙ୍କୁ ଅତିରିକ୍ତ ୧୫ପ୍ରତିଶତ ରିହାତି ମିଳିବ । ୧୨ତାରିଖ ପର୍ଯ୍ୟନ୍ତ ଏହି ରିହାତି ମିଳିବ । ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବୟନିକା ଆସି ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଛନ୍ତି।