Odia News Portal

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନବନ୍ଦରରେ ମହାମହିମ ପହଞ୍ଚିଛନ୍ତି ।  ବିମାନବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏହାପରେ ସିଧା ରାଜଭବନ ଯିବେ ରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ  ଆସିଛନ୍ତି  ରାଷ୍ଟ୍ରପତି । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସରେ ହେବେ  ସାମିଲ ।  

ଆଜି ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜ ଉଦବୋଧନ ରଖିଥିଲେ ଆଉ କହିଛନ୍ତି, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ୱାଗତ । କିଛି ଦିନ ପରେ କୁମ୍ଭମେଳା ହେବାକୁ ଯାଉଛି । ଦେଶରେ ସବୁଠି ଏବେ ଉତ୍ସବର ମାହୋଲ ରହିଛି  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ  ମୋହନ ମାଝୀ   ନିଜ ଉଦବୋଧନ  ରଖିଥିଲେ। 

ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପଞ୍ଜିନିବେଶ ଉପରେ ଗୁରୁତ୍ବ ଦେଇଥିଲେ । ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଅପିଲ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ ।  ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ଆଗକୁ ବଢୁଛି । ପ୍ରାକୃତିକ  ସୌନ୍ଦର୍ଯ୍ୟର ଭୁରପୁର ଓଡ଼ିଶା । ଯାହା ଆପଣମାନଙ୍କୁ ପୁଞ୍ଜିନିବେଶରେ  ପ୍ରଚୁର ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ।