ଓଡ଼ିଶାକୁ ମିଳିବ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କିଛି ସମୟ ପରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ୧୩ଟି ଜାତୀୟ ରାଜପଥ ପାଇଁ ୨୯୦୫ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯିବ । ୪୨୭ କୋଟି ଟଙ୍କାର ୪ଟି ସିଆରଆଇଏଫ ବ୍ରିଜ ଶିଳାନ୍ୟାସ ହେବ । ଏହାସହ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ଯାହାର ବ୍ୟୟ ଅଟକଳ ୮୪୧ କୋଟି ଟଙ୍କା ରହିଛି ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ । ଏଥିପାଇଁ ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
ଅନ୍ୟପଟେ ସମ୍ପର୍କ ସେତୁର ମଧ୍ୟ ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ଯୋଡ଼ିବ ଏହି ସେତୁ । ମହାନଦୀରେ ଏହି ସେତୁ ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇପାରିବ । ଆଜି ଭୁବନେଶ୍ବରରୁ ଭିସି ଯୋଗେ ସମ୍ପର୍କ ସେତୁର ଶିଳାନ୍ୟାସ କରିବେ ଖୋଦ୍ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ଏନେଇ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ଭିଖମପାଲି ହାଇସ୍କୁଲ ପଡିଆରେ ଏକ ବିରାଟ ସଭାର ଆୟୋଜନ କରାଯାଇଛି ।