Odia News Portal

ଓମିକ୍ରନ ପାଇଁ ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇକୁ ଘାରିଛି ମହାମାରୀ ଚିନ୍ତା । ମହାରାଷ୍ଟ୍ରରେ ମୋଟ ୧୭ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ମୁମ୍ବାଇ ମହାନଗର ନିଗମ । ଦୁଇ ଦିନ ପାଇଁ ମୁମ୍ବାଇରେ ୧୪୪ଧାରା ଜାରି କରାଯାଇଛି । ୪ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି । ସେହିଭଳି ସଭା, ସମିତି ଓ ରାଲି ଉପରେ ବି ରୋକ୍ ଲଗାଯାଇଛି ।

ମହାରାଷ୍ଟ୍ରରୁ ମୋଟ ୧୭ଜଣ ଓମିକ୍ରନ ଚିହ୍ନଟ ହେବା ପରେ ଉଦ୍ଧବ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏପଟେ ଦିଲ୍ଲୀରୁ ପୁଣି ଜଣେ ଓମିକ୍ରନ ଆକ୍ତାନ୍ତ ଚିହ୍ନଟ ହେବା ପରେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩ରେ ପହଂଚିଛି । ତେବେ ଓମିକ୍ରନ ସଂକ୍ରମିତଙ୍କଠାରେ ଗୁରୁତର ହେବାର କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ନିକଟରେ ମହାରାଷ୍ଟ୍ରରେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣେ ବର୍ଷକର ଶିଶୁ, ସୁସ୍ଥ ହୋଇ ଯାଇଛନ୍ତି । ସେହିପରି ଗତକାଲି ଚିହ୍ନଟ ହୋଇଥିବା ଜଣେ ୩ ବର୍ଷର ଶିଶୁଙ୍କ ଠାରେ କୌଣସି ଲକ୍ଷଣ ନଥିବା ଜଣାପଡିଛି ।