ଓମଫେଡର ଆଉ ତିନି ପ୍ଲାଣ୍ଟ ଖୋଲିବା ଓମଫେଡକୁ ନେଇ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମୀକ୍ଷା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଓମଫେଡ ହେଉଛି ଓଡିଶାର ଅସ୍ମିତା । ଆଗାମୀ ଦିନରେ ଓମଫେଡକୁ ସୁଦୃଢ କରାଯିବ । ସୁଦୃଢ ସହ କ୍ୱାଲିଟି – କ୍ୱାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି । ଓମଫେଡ ପ୍ଲାଣ୍ଟଗୁଡିକରେ ସିସିଟିଭି ଲଗାଯିବ । ରାଜ୍ୟରେ ଆଉ ୩ଟି ନୂଆ କ୍ଷୀର ପ୍ଲାଣ୍ଟ ଖୋଲିବ । ସମ୍ବଲପୁର , ଗଞ୍ଜାମ ଓ ବାଲେଶ୍ୱରରେ ପ୍ଲାଣ୍ଟ ହେବ । ଏହା ସହିତ ଓମଫେଡ ପାଣି ଓ ଚକଲେଟ ବଜାରକୁ ଆସିବ । ବିଭିନ୍ନ ସ୍ଥାନରେ ଓମଫେଡ ପାର୍ଲର ଖୋଲାଯିବ । ୨୦ଟି କ୍ଷୀର ଧାରାକେନ୍ଦ୍ର ପଞ୍ଚାୟତରେ ଖୋଲିଛି । ଜଗନ୍ନାଥ ମନ୍ଦିରରେ ଦିନକୁ ୪ ଟନ ଘିଅ ଆବଶ୍ୟକ । ପ୍ରତିଦିନ ୮ରୁ ୧୦ ଟନ ଘିଅ ଉତ୍ପାଦନ ହେଉଛି ।