ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନର ଭାବରେ ଦାୟିତ୍ବ ନେଇଛନ୍ତି ବରିଷ୍ଠ IAS ମଧୁସୂଦନ ପାଢୀ । ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପାଢୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ୨ ବର୍ଷର ଅବସର ପରେ ଏବେଠୁ ଦାୟିତ୍ବ ତୁଲାଇବେ ମଧୁସୂଦନ ପାଢୀ ।
ଭୋଟର ମାନେ କିଭଳି ଅଧିକ ସଂଖ୍ୟାରେ ଆସି ମତଦାନ ପ୍ରକ୍ରିୟାରେ ସାମିଲ ହେବେ ସେଥିପାଇଁ ପାଇଁ ଭୋଟରଙ୍କୁ ପ୍ରୋତ୍ସାହିତ କରାଯିବ ।ବିଭିନ୍ନ ସ୍ଥାନରେ ଫାଙ୍କା ରହିଥିବା ସରପଞ୍ଚ, ସମିତି ସଭ୍ୟ ପଦବୀ ପୂରଣ ଉପନିର୍ବାଚନର ଆୟୋଜନ କରାଯିବ ।
ପୂର୍ବତନ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପାଢୀଙ୍କ ଗତ ବର୍ଷ ଅଗଷ୍ଟ ମାସରୁ କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ରାଜ୍ୟ ସରକାର ନୂଆ କମିଶନର ନିଯୁକ୍ତି ଦେବାରେ ବିଳମ୍ବ କରିବାରୁ ଶ୍ରୀ ପାଢୀ ପୂର୍ବ ଭଳି କାମ ଜାରି ରଖିଥିଲେ ।