ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନୂତନ କମିଶନର ତଥା ଶାସନ ସଚିବ ଭାବେ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ଦାୟିତ୍ଵ ଗ୍ରହଣ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାର୍ଯ୍ୟ କରିବା ଏକ ଗୌରବର କଥା ଓ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ସେ ଆନ୍ତରିକ ଭାବେ ସଂପାଦନ କରିବେ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଲୋକସେବା ଭବନଠାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲିପ ରାଉତରାଏ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଅତସୀ ଦାସ, ଯୁଗ୍ମ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଆଚାର୍ଯ୍ୟ, ସଂଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ଡ. ପ୍ରସନ୍ନ କୁମାର ସ୍ଵାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ଵାଗତ କରିଥିଲେ । ଏହା ପରେ ଶ୍ରୀମତୀ କାର୍ତ୍ତିକେୟନ୍ ବିଭାଗର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବା ସହ ଅଧ୍ବକାରୀମାନଙ୍କଠାରୁ ସହଯୋଗ କାମନା କରିଥିଲେ ।