Odia News Portal

ଓଡ଼ିଆ ପକ୍ଷ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି

ଓଡ଼ିଆ ପକ୍ଷ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରୁଛୁ। ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ। ଓଡ଼ିଆ ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଉତ୍ସବ।

ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର। ମନ, ପ୍ରାଣ, ହୃଦୟରେ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ଵାଭିମାନୀ ଓଡ଼ିଶା ଗଢ଼ିବା।ଉତ୍ସାହର ସହିତ ଗାଁ, ସହର ଓ ପ୍ରତ୍ୟେକ ଘରେ ୧ ଏପ୍ରିଲ୍‌ରୁ ୧୪ ଏପ୍ରିଲ୍ ଯାଏଁ ‘ଓଡ଼ିଆ ପକ୍ଷ’ ପାଳନ କରିବା।
ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀମାନଙ୍କୁ ସ୍ମରଣ କରିବା ଓ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର। ମନ, ପ୍ରାଣ, ହୃଦୟରେ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ଵାଭିମାନୀ ଓଡ଼ିଶା ଗଢ଼ିବା।ଉତ୍ସାହର ସହିତ ଗାଁ, ସହର ଓ ପ୍ରତ୍ୟେକ ଘରେ ୧ ଏପ୍ରିଲ୍‌ରୁ ୧୪ ଏପ୍ରିଲ୍ ଯାଏଁ ‘ଓଡ଼ିଆ ପକ୍ଷ’ ପାଳନ କରିବା।