Odia News Portal

ଏହା ଲୀଳାମୟଙ୍କ ଲୀଳା, ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ:ପ୍ରଭାତୀ ପରିଡ଼ା

 ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣା ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ଏହା ଲୀଳାମୟଙ୍କ ଲୀଳା। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଅଘଟଣ ପରେ ସେବାୟତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କାହାରି କିଛି କ୍ଷତି ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ସେବାରେ ସାମିଲ ହୋଇଛନ୍ତି ସେବାୟତ।