ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ୨ ଉପରେ ବିତିଯାଇଥିଲେ ସୁଦ୍ଧା ଏଯାବତ କୌଣସି ନିଷ୍କର୍ସ ବାହାରିନାହିଁ । ମୃତ୍ୟୁକୁ ନେଇ ଆଜି ବି ଲାଗି ରହିଛି ସସ୍ପେନ୍ସ । ମୃତ୍ୟୁକୁ ନେଇ ଯେଉଁମାନଙ୍କ ନାମ ଉଠିଥିଲା ସେମାନଙ୍କୁ ପୋଲିସ ପ୍ରଥମେ ଜେରା କରିଥିଲା । ଆଉ ପରେ କ୍ରାଇମବ୍ରାଞ୍ଚ କରିଥିଲା ଜେରା । ଏବେ ବୟାନକୁ ତର୍ଜମା କରୁଛି କ୍ରାଇମବ୍ରାଞ୍ଚ । ଯଦି ତାଳମେଳ ନଖାଏ ତେବେ ପୁଣିଥରେ ସମସ୍ତଙ୍କୁ ଜେରା କରାଯାଇପାରେ ବୋଲି କୁହାଯାଉଛି ।

ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ପତ୍ନୀଙ୍କୁ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି । ଉଭୟଙ୍କୁ ଦୋଷୀ ବୋଲି ଅନେକ ୟୁଜର୍ସ ସୋସିଆଲ ମିଡିଆରେ ମଧ୍ୟ ଯୁକ୍ତିି ବାଢ଼ୁଛନ୍ତି । ଏପରିକି ଆଜି ବି ଅନେକ ଚ୍ୟାନେଲରେ ସେମାନଙ୍କ ଉପରୁ ଅଙ୍ଗୁଳି ଉଠାଯାଉଛି । ତେବେ ସେମାନେ କେତେ ଦୋଷୀ ତାହା ସ୍ପଷ୍ଠ ହୋଇନାହିଁ ।

ରାତ୍ରୀ ଜଗୁଆଳୀଙ୍କ ବୟାନ ପରେ କାହାଣୀ ଆସିଛି ଟ୍ୱିଷ୍ଟ । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି କି, ଡିଏଫଓ ସାର ରାତି ୧୨ଟା ସାଢ଼େ ୧୨ଟାରେ ସୌମ୍ୟ ସାରଙ୍କ କ୍ୱାଟରକୁ ଯାଉଥିବା ମୁଁ ନିଜ ଆଖିରେ ଦେଖିଛି । ଏପରିକି ସକାଳୁ ବିଦ୍ୟା ମ୍ୟାଡାମ ମର୍ଣ୍ଣିଂୱାକ ଯିବା ବେଳେ ଡିଏଫଓ ସାର ତାଙ୍କୁ ଛାତ ଉପରୁ ଲୁଚି ଲୁଚି ଦେଖନ୍ତି । ରାତ୍ରୀ ଜଗୁଆଳି ଏହି କଥା କହିବାପରେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତେବେ ସେମାନଙ୍କ ମଧ୍ୟରେ କଣ ସମ୍ପର୍କ ରହିଛି ତାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି ।

ସୌମ୍ୟଙ୍କ ମାମଲାରେ ଯେଉଁମାନଙ୍କୁ ଜେରା କରାଯାଇଛି ତଥା, ରୋଷେୟା ମନ୍ମଥ କୁମ୍ଭ, ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ଗୁରୁଣ୍ଡି ଥାନା ଓଆଇସି ମମତାରାଣୀ ପଣ୍ଡା ସମସ୍ତଙ୍କୁ ପୁଣିଥରେ ଜେରା କରାଯାଇପାରେ କୁହାଯାଉଛି । ତେବେ ଦେଖାଯାଉ ଆଗକୁ କଣ ହେଉଛି । ଆଉ କେବେ ସୌମ୍ୟ ମୃତ୍ୟୁ ମାମଲାର ସତ୍ୟାସତ୍ୟ ଲୋକଲୋଚନକୁ ଆସୁଛି ।
