Odia News Portal

ଏନ୍‌କାଉଣ୍ଟର: ୩ ଅଭିଯୁକ୍ତ ନିହତ; ବର୍ଗର କିଙ୍ଗ୍‌ଦ’ ଗୁଳିକାଣ୍ଡରେ ଥିଲେ ସମ୍ପୃକ୍ତ

ଗତ ଜୁନ୍ ମାସରେ ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଥିବା ବର୍ଗର କିଙ୍ଗ୍ ଆଉଟ୍‌ଲେଟ୍‌ରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୩ଜଣଙ୍କୁ ନିପାତ କରିବାରେ ଦିଲ୍ଲୀ ପୁଲିସ୍ ସଫଳ ହୋଇଛି । ରିପୋର୍ଟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହରିୟାଣାର ସୋନିପତ୍‌ର ଖରଖୋଦା ଅଞ୍ଚଳରେ ଥିବା ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା । ଉଭୟ ଦିଲ୍ଲୀ ପୁଲିସ୍ କ୍ରାଇମ୍ ବ୍ରାଞ୍ଚ୍‌ପକ୍ଷ ଓ ହରିଆଣାର ଏସ୍‌ଟିଏଫ୍ ଟିମ୍ ପକ୍ଷରୁ କରାଯାଇଥିବା ଏହି ମିଳିତ ଅପରେସନ୍‌ରେ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ସେମାନେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ । ଫଳରେ ଦିଲ୍ଲୀ ପୁଲିସ୍ ମଧ୍ୟ ଏହାର ଜବାବ ଦେଇଥିଲା । ଏନ୍‌କାଉଣ୍ଟର ପ୍ରକ୍ରିୟାରେ ୩ ଅଭିଯୁକ୍ତ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ଦିଲ୍ଲୀ ପୁଲିସ୍ ଦର୍ଶାଇଛି । ପ୍ରକାଶ, ଗତ ଜୁନ୍ ମାସରେ ବର୍ଗର କିଙ୍ଗ୍ ଆଉଟ୍‌ଲେଟ୍ ଠାରେ ଅମନ୍ ନାମକ ଜଣେ ଯୁବକଙ୍କ ଉପରେ ପ୍ରାୟ ୪୦ ରାଉଣ୍ଡ୍ ଗୁଳିମାଡ଼ କରାଯାଇଥିଲା । ଦୁର୍ବୃତ୍ତମାନେ ଅତର୍କିତ ଭାବେ ଏଠାରେ ପହଞ୍ôଚ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଏଥିରେ ଅମନ୍‌ଙ୍କ ମୃତ୍ୟୁ ହୋଇଥିଲା ଓ ଅନେକ ଲୋକ ଆହତ ହୋଇଥିଲେ । ତେବେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ୩ଜଣ ଯାକ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ହିମାଂଶୁ ଭାଉର ସାର୍ପ ଶୁଟର ଭାବେ କାମ କରୁଥିଲେ । ଆମେରିକାରେ ଥିବା ହିଂମାଶୁ ନାଁରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିଲେ ବି ତାକୁ ଗିରଫ କରାଯାଇପାରିନାହିଁ ।