Odia News Portal

ଏଏସଓଙ୍କୁ ମାଡ଼, ବର୍ଷିଲା ବିଜେଡି

 ୭ ତାରିଖ ଦିନ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିଥିଲେ । ଏନେଇ ଏଏସଓଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ ଏ ନେଇ କୌଣସି ମାମଲା ହୋଇନାହିଁ । ଏ ଘଟଣା ନେଇ ବିଜେଡି ନିଜର ପ୍ରତିକ୍ରିୟା ରଖିଛି କହିଛି ଯେ, ଏ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି । ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ।ମୁଖ୍ୟମନ୍ତ୍ରୀ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ରହିଛନ୍ତି । ତାଙ୍କ ବିଭାଗ ଅଧୀନରେ ଆସୁଥିବା ଜଣେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ହୋଇଛି । ସେ ସରକାରୀ କର୍ମଚାରୀ ଏତଲା ଦେଇଥିଲେ ମଧ୍ୟ ୭ ତାରିଖରୁ ବର୍ତ୍ତମାନ ପର୍ୟ୍ୟନ୍ତ ପୋଲିସ କୌଣସି କାର୍ୟ୍ୟନୁଷ୍ଠାନ କାହିଁକି ନେଇନି ବୋଲି କହିଛନ୍ତି । ଏହାର ପ୍ରକୃତ କାରଣ କଣ ଆଉ କାହିଁକି ତାଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ସେ ଏକଥା ମଧ୍ୟ କହିଛନ୍ତି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । କାହିଁକି ନା ଏ ଘଟଣାରେ ଏଯାଏଁ କୌଣସି କାର୍ୟ୍ୟନୁଷ୍ଠାନ ନିଆଯାଉନି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସଂଘ ଏବଂ ରାଜ୍ୟବାସୀ ନ୍ୟାୟ ଅପେକ୍ଷା କରିଛନ୍ତି । ଆମେ ମଧ୍ୟ ବିରୋଧୀ ଦଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ ଘଟଣାରେ ଉଚିତ ବିଚାର କରିବେ ସେ କହିଛନ୍ତି ।