Odia News Portal

ଉତ୍ତରପ୍ରଦେଶ : ଅଂଶୁଘାତରେ ଗଲାଣି ୫୧ ଜୀବନ

ଉତ୍ତରପ୍ରଦେଶରେ ପ୍ରବଳ ଗରମ, ପ୍ରଚଣ୍ଡ ତାତି । ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅପରାହ୍‌ଣ ସମୟରେ ଘରୁ ବାହାରିବା ସହଜ ହେଉନାହିଁ। ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ରୋଗର ଶିକାର ହେଉଛନ୍ତି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ଏହାରି ମଧ୍ୟରେ ରାଜ୍ୟ ସରକାର ମୃତ୍ୟୁ ନେଇ ତଥ୍ୟ ଜାରି କରିଛନ୍ତି। ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରୁ ସୋନଭଦ୍ର ଜିଲ୍ଲାରେ ସର୍ବାଧିକ ଅଛନ୍ତି। ମହୋବା, ଚିତ୍ରକୁଟ, ମିର୍ଜାପୁର, ଆଜମଗଡ଼, ସନ୍ତକବୀର ନଗର ସମେତ ୯ଟି ଜିଲ୍ଲାର ମୃତ୍ୟୁ ସଂଖ୍ୟା ଜାରି କରାଯାଇଛି। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମୋଟ୍‌ ୫୧ ଜଣଙ୍କ ମଧ୍ୟରୁ ୧୫ ଜଣ କେବଳ ସୋନଭଦ୍ର ଜିଲ୍ଲାରୁ ଅଛନ୍ତି। ମିର୍ଜାପୁରରୁ ୧୪ ଜଣ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଛି। ସେହିପରି ମହୋବାରେ ମଧ୍ୟ ଅନେକ ଲୋକଙ୍କର ଅଂଶୁଘାତର ଶିକାର ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ମହୋବାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।