Odia News Portal

ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ଦେଶ ବିଦେଶର ବଡ ବଡ ଶିଳ୍ପପତି ସାମିଲ

 ଜନତା ମଇଦାନରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଉଦ୍‌ଘାଟିତ । ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ ଉତ୍କଳ ଓଡ଼ିଶା ଗ୍ୟାଲେରୀ ବୁଲି ଦେଖିଛନ୍ତି ମୋଦି । ସେ ୨ ଘଣ୍ଟା ୨୦ ମିନିଟ୍‌ ମାନେ ଦିନ ୧୧ଟାରୁ ୧୨ଟା ୩୦ ଯାଏ ସମ୍ମିଳନୀରେ ରହିବେ । ପ୍ରାୟ ଅଧାଘଣ୍ଟା ସମ୍ମିଳନୀରେ ଅଭିଭାଷଣ ରଖିବେ ମୋଦି । ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି । 

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଓ ମୋଦିଙ୍କ  ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ଫୋର୍ସ  ମୁତୟନ ହୋଇଛନ୍ତି । ୪୦୦ ରୁ ଅଧିକ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି।କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି  ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ଦିନ ୧୨ଟା ୫୫ମିନିଟ୍‌ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ। 

ସୋମବାର ଓ ମଙ୍ଗଳବାର ୨ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । ନିବେଶ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି ଶିଳ୍ପହସ୍ତୀ ।ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ।