Odia News Portal

ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଦେଲେ ନବୀନ

ଉଠା ଦୋକାନୀଙ୍କୁ ମିଳିଲା ଆଶ୍ୱସ୍ଥି । ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲାଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। ରାଜ୍ୟର ୫ ମହାନଗରରେ ଉଠା ଦୋକାନୀଙ୍କୁ କୋଭିଡ଼ ସହାୟତା ପ୍ରଦାନ କରାଯାଇଛି।
ପର୍ୟ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯିବ। ଉଠାଦୋକାନୀ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ଗୁରୁତ୍ୱ ରହିଛି ଓ ଆଗକୁ ରହିବ। କରୋନା ସମସ୍ତଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି। ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।