ଜ୍ୟକୁ ଟାଣିପାରୁନି ଡବଲ ଇଞ୍ଜିନ୍ । ଆଳୁ ପାଇଁ ଉଠୁଛି ପଡ଼ୁଛି ବିଧାନସଭା । ତାତୁଛି ଗୃହ… ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ଗତକାଲି ଶୂନ୍ୟକାଳରେ ଆଳୁ ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଗୌତମ ବୁଦ୍ଧ ଦାସ, ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର ପ୍ରଶ୍ନ ରଖିଥିବା ବେଳେ ଉତ୍ତର ରଖିଛନ୍ତି ଖାଉଟି ଓ ଯୋଗାଣ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଉ ରାଜ୍ୟରେ ଚଢ଼ା ଦରରେ ଆଳୁ ବିକ୍ରିକୁ ନେଇ ଉଠୁଛିପଡ଼ିଛି ବିଧାନସଭା ।
ଆଳୁ ପ୍ରସଙ୍ଗରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି, ଯୋଗାଣ ମନ୍ତ୍ରୀଙ୍କୁ ଲୋକେ ଆଳୁ ମନ୍ତ୍ରୀ କହିଲେଣି । ଲୋକେ କହୁଛନ୍ତି ଆଳୁ ମନ୍ତ୍ରୀଙ୍କୁ ପାଖରେ ପାଇଲେ ଚୋପା ଛଡ଼ାଇ ଦେବୁ । ଜୁଲାଇ ମାସରେ ମନ୍ତ୍ରୀ କହିଲେ ଆଳୁ ଟ୍ରେନରେ ଆସୁଛି । ଆଳୁ କୁଆଡେ ଗଲା । ମୁଖ୍ୟମନ୍ତ୍ରୀ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛି । ଯଦି କଥା ହୋଇଥିଲେ ତାହାଲେ ପୁଣି ଆଜି ଏ ସମସ୍ୟା କାହିଁକି ଦେଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ।
ବିଜେଡିର ବିଞ୍ଝାରପୁର ବିଧାୟିକା ମଧ୍ୟ ଏହି ପ୍ରସଙ୍ଗରେ କଟା ଘା’ରେ ଲଙ୍କା ଗୁଣ୍ଡ ଛିଟା ମାରିଛନ୍ତି । ପ୍ରମିଳା କହିଛନ୍ତି, ବଜାରରେ ଆଳୁ କେଜି ୬୦ ଟଙ୍କା ରହିଛି । ହେଲେ ଯୋଗାଣ ମନ୍ତ୍ରୀ କହୁଛନ୍ତି ୩୦ ଟଙ୍କା । ସେ କେଉଁଠୁ କିଣିଲେ ବୋଲି ସେ ପ୍ରଶ୍ନ କରିବା ସହ ବିଜେପିର ଡବଲ ଇଞ୍ଜିନ୍ ସରକାର ଟାଣିପାରୁନି ବୋଲି ସେ କହିଛନ୍ତି । ସେପଟେ ବିଜେଡିର ଏହି ଆଳୁ ଟାର୍ଗେଟକୁ ନେଇ ବିଜେପି ବିଧାୟକ ସରୋଜ ପାଢ଼ୀ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡିର ଆଳୁ ମିଶନ ଓ କୋଲ୍ଡ ଷ୍ଟୋରେଜ ମିଶନ ଫେଲ୍ ମାରିଛି । ମୋହନ ସରକାର ଏହା ଉପରେ କାମ କରୁଛନ୍ତି ।
ଆଳୁକୁ ନେଇ ଉଠୁଛି ପଢ଼ୁଛି ଗୃହ । ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । ବଜାରରେ ଆଳୁର ଚଢ଼ା ଦରକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିବାବେଳେ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ତା’ ଦେଖିବାକୁ ବାକି ରହିଲା ।