ପୁଣି ଆଳୁ ଦର ବୃଦ୍ଧି ଲାଗି ପୂର୍ବ ସରକାରକୁ ଦୋଷ ଦେଲେ ଯୋଗାଣ ମନ୍ତ୍ରୀ… କହିଲେ ଆଳୁ ଦର ବୃଦ୍ଧି ଏବେ ହେଲା ନାହିଁ, ୨୪ ବର୍ଷ ଭିତରେ ଏମାନେ କିଛି କଲେ ନାହିଁ, ନ କରିବା କାରଣରୁ ଏହି ଫଳ କେବଳ କଥା କହିବା ପାଇଁ ପୂର୍ବ ସରକାର ରହିଥିଲେ କାମ ନଥିଲା , ଏଥିସହ ଆଳୁ, ପିଆଜ, ପଣସ ମିଶନ ଫେଲ ଜ୍ଝ ଏସବୁ ଫେଲ ହେଲା ପରେ ଲୋକମାନେ ତାଙ୍କୁ ଫେଲ କରିଦେଲେ… ଏବେ ଫେଲ ୨୪ ରେ ଫେଲ ହୋଇକି ଘରେ ବସିଛନ୍ତି ଜ୍ଝ ତାପରେ ବି ଡେଉଁଛନ୍ତି, ସେମାନେ ଭାବୁଛନ୍ତି କଣ ଗୋଟେ କରିସ୍ମା ହୋଇଯିବ ନବୀନ ମୁଖ୍ୟମନ୍ତ୍ରୀ ହୋଇଯିବେ,
ସେ ସ୍ବପ୍ନ ସ୍ବପ୍ନରେ ରହିଯିବ..ବିଜେଡ଼ି ଆଉ ୨୫ ବର୍ଷ ପର୍ଯ୍ୟନ୍ତ ସରକାରକୁ ଆସିବାର ନାହିଁ.ଏଥିସହ ସେ ଆହୁରି କହିଛନ୍ତି ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ ହେବ ଓଡିଶା ଆଳୁ ଚାଷ ଉପରେ ଗୁରୁତ୍ୱ ଦେଇଛି ସରକାର , ଗତକାଲି କୃଷି ମନ୍ତ୍ରୀଙ୍କ ଏ ବିଷୟରେ ଆଲୋଚନା ହୋଇଛି, ଚଳିତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ, ପ୍ରତି ବର୍ଷ ୩ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୁଏ, କିନ୍ତୁ ଆବଶ୍ୟକତା ହେଉଛି ୧୪ ଲକ୍ଷ ମେଟ୍ରିକ ଟନ , ୧୧ ଲକ୍ଷ ମେଟ୍ରିକ ଟନ ଆମେ ଅନ୍ୟ ରାଜ୍ୟ ଗୁଡିକଠାରୁ ଆମଦାନୀ ହୁଏ ଜ୍ଝ ଏ ଥରକ କୃଷି ମନ୍ତ୍ରୀ କହିଛନ୍ତି ୬ ଲକ୍ଷ ମେଟ୍ରିକ ଟନ ଅଧିକ ଆଳୁ ଚାଷ ହେବ , ଆଗକୁ ଆହୁରି ଅଧିକ ଯୋଜନା କରାଯିବ ଆଗାମୀ ଦିନରେ ଆଳୁର ଅଭାବ ରହିବ ନାହିଁ ଏବଂ ସ୍ୱାବଲମ୍ବୀ ହେବ ବୋଲି ମୋର ବିଶ୍ୱାସ ଅଛି l