Odia News Portal

ଆଳୁ ଗୋଦାମରେ ମନ୍ତ୍ରୀ

ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣରେ ନାହିଁ କି ଆଳୁ । ଯଦି ଆଳୁ ମହଜୁଦ ଅଛି ତେବେ କାହିଁକି ଦର ବୃଦ୍ଧି ହେଉଛି । ଏହାର ସ୍ଥିତି ପରଖିବାକୁ ଆଳୁ ଗୋଦାମରେ ପହଞ୍ଚିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭୁବନେଶ୍ୱର ଆଇଗିଣିଆ ସ୍ଥିତ ଗୋଦାମରେ ପହଞ୍ଚି ତଦାରଖ କରୁଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।ବ୍ୟବସାୟୀଙ୍କୁ ଭେଟିବା ଆଲୋଚନା କରିବା ସହ କଳାବଜାରିର ତଦାରଖ କରିଛନ୍ତି ମନ୍ତ୍ରୀ ।

ଏହାପରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ରୁ ୮ଦିନ ଯାଏଁ ଆଳୁ ମହଜୁଦ ରହିଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ରହିଥିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି । ତେବେ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।