ଆଉ ନାହାଁନ୍ତି ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ ଘଟିଛି । ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ଥିବା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଦୁଇ ସପ୍ତାହ ଧରି ହସ୍ପିଟାଲରେ ଭର୍ତ୍ତି ଥିଲେ । ଜାକିର ହୁସେନଙ୍କ ପରିବାର ଆଜି ସକାଳେ ତାଙ୍କ ନିଧନ ସମ୍ପର୍କରେ ସୂଚନା ଦେଇଥିଲେ ।
ଜାକିର ହୁସେନଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏଣ୍ଟୋନିଆ ମିନେକୋଲ, ତାଙ୍କର ଦୁଇ ଝିଅ ଏବଂ ଭଉଣୀ ଅଛନ୍ତି। ପ୍ରଶିଦ୍ଧ ଶାସ୍ତ୍ରୀୟ ସଙ୍ଗିତକାରକଙ୍କ ମଧ୍ୟରେ ଜାକିର ହୁସେନଙ୍କ ନା ସର୍ବ ଆଗରେ ଆସେ । ୧୯୮୮ରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୦୨ରେ ପଦ୍ମ ଭୂଷଣ ଏବଂ ୨୦୨୩ ରେ ପଦ୍ମ ବିଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା ଜାକିର ହୁସେନଙ୍କ ନିଧନରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।