Odia News Portal

ଆମେ ଖାଉଥିବା ମେଡିସିନ୍ ଅସଲି ନା ନକଲି?: ମୁକେଶ ମହାଲିଙ୍ଗ

ମେଡିସିନ ନାଁରେ ଆପଣ ଖାଉନାହାନ୍ତି ତ ବିଷ? ଆପଣ ଖାଉଥିବା ମେଡିସିନ ଅସଲି ନା ନକଲି ? ଗତ ୩ବର୍ଷରେ ଓଡ଼ିଶାରେ ଚିହ୍ନଟ ହୋଇଛି ୮୪ଟି ନକଲି ମେଡିସିନ । ଆଜି ବିଧାନସଭାରେ ଏହି ସାଙ୍ଘାତିକ ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ତିନି ବର୍ଷରେ ୧୩ ହଜାର ୫୨ଟି ନମୁନା ପରୀକ୍ଷଣ ହୋଇଛି । ୮୪ ଟି ମେଡିସିନ ନକଲି ଥିବା ଚିହ୍ନଟ ହୋଇଛି । ଗତ ୩ ବର୍ଷରେ ୩ ହଜାର ୪ଶହ ୬୨ଟି ରେଡ୍ ହୋଇଛି । ୧୦୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ଓଡ଼ିଶାରେ ୮୪ ନକଲି ମେଡିସିନ
ମେଡିସିନ ନାଁରେ ଆମେ ଖାଉଛେ କି ବିଷ ?
ଗତ ୩ ବର୍ଷରେ ଓଡ଼ିଶାରେ ୮୪ ନକଲି ମେଡିସିନ ଚିହ୍ନଟ
ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୁନା ପରୀକ୍ଷଣ
ପରୀକ୍ଷଣରୁ ୮୪ ମେଡିସିନ ନକଲି ଥିବା ଚିହ୍ନଟ
ବିଧାନସଭାରେ ତଥ୍ୟ ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
୩ ବର୍ଷରେ ୩ ହଜାର ୪ଶହ ୬୨ ରେଡ୍ ହୋଇଛି
୧୦୭ଟି ମାମଲା ରୁଜୁ ହୋଇଛି
୧୫ ଜଣ ଗିରଫ ହୋଇଛନ୍ତି