Odia News Portal

ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତି: ହାଇକୋର୍ଟଙ୍କ ରହିତାଦେଶ

ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ବାରା ଅଣାଯାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି ହୋଇଛି । ଗତ ଫେବ୍ରୁଆରି ପହିଲାରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା । 

ବିଜ୍ଞପ୍ତି ଅନୁସାରେ ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍‌ ଅନୁଯାୟୀ ଏହା କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।

ଏହାକୁ ହାଇକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ରୋକ ଲାଗୁ  କରିଛନ୍ତି। ଏହା ସହିତ ଆସନ୍ତା ବୁଧବାର ସୁଦ୍ଧା ଜବାବ ରଖିବା ଲାଗି ନଗର ଉନ୍ନୟନ ବିଭାଗକୁ ହାଇକୋର୍ଟଙ୍କ ଖଣ୍ଡପୀଠଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ବୁଧବାର ଫେବ୍ରୁଆରି ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।