Odia News Portal

ଆତଙ୍କବାଦୀ ଏବେ ନିଜ ଘରେ ସୁରକ୍ଷିତ ନାହାନ୍ତି, ନାଁ ନନେଇ ପାକିସ୍ତାନ ଉବରେ ବର୍ଷିଲେ ପିଏମ୍ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନନେଇ ଦେଇଛନ୍ତି ବଡ଼ ଚ୍ୟାଲେଞ୍ଜ। ସେ କହିଛନ୍ତି, ଭାରତ ଏବେ ବଦଳି ସାରିଛି। ଆତଙ୍କବାଦୀ ଏବେ ତାଙ୍କ ନିଜ ଘରେ ସୁରକ୍ଷିତ ନାହାନ୍ତି। ଶନିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ, ବିକାଶ ଓ ତାଙ୍କ ସରକାରଙ୍କ ନୀତି ଉପରେ ବିସ୍ତାର ଭାବରେ ଚର୍ଚ୍ଚା କରିଛନ୍ତି।

ନିଜ ଉଦଘାଟନ ଭାଷଣରେ ସେ କହିଛନ୍ତି, ଏବେ ଆତଙ୍କବାଦୀ ମଧ୍ୟ ତାଙ୍କ ଘରେ ସୁରକ୍ଷିତ ନାହାନ୍ତି, ଏହା ଭାରତର ସୁରକ୍ଷାରେ ଆସିଥିବା ମଜବୁତିର ପ୍ରତୀକ।

ପ୍ରଧାନମନ୍ତ୍ରୀ ମୋଦି ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ଉଲ୍ଲେଖ କରି କହିଛନ୍ତି, ଆଜି ମୁଁ ଏକ ପ୍ରଦର୍ଶନୀରେ ୨୬/୧୧ ଆକ୍ରମଣ ସମ୍ପର୍କିତ ରିପୋର୍ଟ ଦେଖିଛି। ସେତେବେଳେ ଆତଙ୍କବାଦ ଭାରତବାସୀଙ୍କ ପାଇଁ ବଡ ବିପଦ ଥିଲା ଓ ଲୋକେ ନିଜକୁ ଅସୁରକ୍ଷିତ ମନେକରୁଥିଲେ।ଏବେ ସ୍ଥିତି ବଦଳି ସାରିଛି, ଏବେ ଆତଙ୍କବାଦୀ ନିଜ ଘରେ ମଧ୍ୟ ସୁରକ୍ଷିତ ନାହାନ୍ତି।’

ପ୍ରଧାନମନ୍ତ୍ରୀ ନିଜ ସରକାରଙ୍କ ନୀତିକୁ ସ୍ପଷ୍ଟ କରି କହିଛନ୍ତି, ତାଙ୍କ ସରକାର ସବୁବେଳେ ବିକାଶକୁ ପ୍ରାଥମିକତା ଦେଇଛି ଓ ଭୋଟ ବ୍ୟାଙ୍କ ରାଜନୀତିଠାରୁ ଦୂରରେ ରହିଛି। ସେ କହିଛନ୍ତି, ଆମ ସରକାରଙ୍କ ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ପାଇଁ, ଲୋକଙ୍କ ଦ୍ବାରା ବିକାଶ। ଆମେ କେବଳ ଜନହିତ ଦିଗରେ କାମ କରୁଛୁ।’