Odia News Portal

ଆଜି କ’ଣ ରହିବ କଂଗ୍ରେସ ବିଧାୟକଙ୍କ ଆଭିମୁଖ୍ୟ?

ଆଜି ବି ହୋହଲ୍ଲା ହେବ, ନା ସ୍ବାଭାବିକ ହେବ ବିଧାନସଭା ବଜେଟ୍ ଅଧିବେଶନ? ସସପେଣ୍ଡ ଥିବା କଂଗ୍ରେସର ୧୪ ବିଧାୟକ ବିଧାନସଭା ପରିସରକୁ ଆସିବେ ନା ନାହିଁ, ତାହା ଉପରେ ନଜର ରହିଛି। ବଡ଼ କଥା ହେଉଛି, ଗତକାଲି ଗାନ୍ଧୀ ମାର୍ଗରେ କଂଗ୍ରେସର ରଣହୁଙ୍କାର ପରେ ଆଜି ଦଳର ଆଭିମୁଖ୍ୟ କ’ଣ ରହିବ? ଯେହେତୁ କଂଗ୍ରେସ ବିଧାୟକ ସସପେଣ୍ଡ ଅଛନ୍ତି, ତେଣୁ ସେମାନେ ବିଧାନସଭା ପରିସରକୁ ଆସି ପ୍ରତିବାଦ କରିପାରିବେ। ସେପଟେ ବିଜେଡିର ଆଭିମୁଖ୍ୟ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେଣୁ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ କି ନାହିଁ, ତା’ ଉପରେ ରହିଛି ପୂରା ନଜର ।