Odia News Portal

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍‌ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌ ଖୋଲିବାକୁ ମନା କରାଯାଇଛି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ କରାଯାଇଛି ।

ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଅଗଷ୍ଟ ୩୦ରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଥିଲେ । ଯାହା ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ କରାଯାଇଛି । ଯାହା ଆସନ୍ତା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ନୂଆ ଅବକାରୀ ନୀତିରେ ସ୍ପଷ୍ଟ କରାଯାଇଥିଲା ଯେ, ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବନି । ଥ୍ରୀ-ଷ୍ଟାର ହୋଟେଲ ଏବଂ ତାଠୁ ଅଧିକ କ୍ୟାଟେଗୋରୀର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ । ସେହିପରି ଡ୍ୟାନ୍ସ ବାର ଆଉ ଚାଲିବ ନାହିଁ । ବାର୍ ଗୁଡ଼ିକରେ ଅନୁମତି ନେଇ ସଂଗୀତ ପରିବେଷଣ କରିପାରିବେ । କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣ ଅନୁମତି ମିଳିବନି ।

ସେହିପରି ବିଚରେ କ୍ୟାବିନ୍‌ ଖୋଲିବାର ଅନୁମତି ଦେବ ପର୍ଯ୍ୟଟନ ବିଭାଗ । ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା । ଯାହା OTDC ପାଖରେ ପୈଠ କରାଯିବ । ଭାଙ୍ଗ, ତାଡି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଛି । ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ଟି ଅନ୍ ସପ୍‌ର ପୁନଃ ନବୀକରଣ କରାଯିବ ନାହିଁ । ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ ଫ୍ୟାକ୍ଟରର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ ।