ରାଜଧାନୀ ପ୍ରତିଷ୍ଠା ଦିବସରେ ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ବର୍ଷିଛନ୍ତି। ସୁଲୋଚନା କହିଛନ୍ତି, ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଡକାଗଲା, ସେ ଆସିଲେନି।
ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଏଠାକୁ ଆସିଲେନ। ଏଠାରେ ଯୋଗ ଦେଇ ପୁରୀ ଯାଇପାରିଥାନ୍ତେ କିନ୍ତୁ ତାଙ୍କ ପାଇଁ ଦଳ ବଡ଼ସହର ନୁହେଁ ବୋଲି ସୁଲୋଚନା କହିଛନ୍ତି।
ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି ମନ୍ଦିରମାଳିନୀ ସହରର ସ୍ବତନ୍ତ୍ର ପରିଚୟ। ୪୦ହଜାର ଜନସଂଖ୍ୟାକୁ ନେଇ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଘୋଷଣା କରାଯିବା ସହ ୧୯୪୮ ଏପ୍ରିଲ ୧୩ରେ ଏଥିପାଇଁ ଶିଳାନ୍ୟାସ କରାଗଲା। ୧୯୫୨ ଅକ୍ଟୋବର ପହିଲାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୯୭୯ରେ ମ୍ୟୁନିସିପାଲିଟି ଓ ୧୯୯୪ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମାନ୍ୟତା ପାଇଲା। ଏହା ପୂର୍ବରୁ ଅର୍ଥାତ୍ ୧୯୮୩ ଏପ୍ରିଲ ୧ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗଠନ ହେବା ପରେ ସହର ବିକାଶର ମୂଳଦୁଆ ପଡିଥିଲା। ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱର ୭୭ ବର୍ଷ ଅତିକ୍ରମ କରି ୭୮ ବର୍ଷରେ ପାଦ ଥାପିଥିବାବେଳେ ବିକାଶଧାରାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଚାରିଦିଗରୁ ସହର ବଢ଼ିଚାଲିଛି। ଜନସଂଖ୍ୟା ମଧ୍ୟ ୧୩ ଲକ୍ଷ ଟପିଛି। ନୂଆ ନୂଆ ସହର ଗଢ଼ି ଉଠୁଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଖେଳ, ପର୍ଯ୍ୟଟନ, ଗମନାଗମନ, ଆତିଥେୟତା, ଷ୍ଟାର୍ଟଅପ୍ ଆଦି ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ୱର ଆଗକୁ ବଢ଼ିଚାଲିଛି। ରାଜଧାନୀର ଏହି ଦୀର୍ଘ ସଫଳ ଯାତ୍ରାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।ସ୍ବଚ୍ଛ ସର୍ବେକ୍ଷଣରେ ୩୪ତମ ର଼୍ୟାଙ୍କ୍, ରାଜ୍ୟରେ ପ୍ରଥମକେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ ଘୋଷଣା କରାଯାଇଥିବାବେଳେ ୮୦ତମ ର଼୍ୟାଙ୍କ୍ରୁ ଭୁବନେଶ୍ୱରକୁ ୩୪ତମ ର଼୍ୟାଙ୍କ୍ ମିଳିଥିଲା। ଏଥିସହ ଓ୍ବାଟର ପ୍ଲସ୍ ଏବଂ ଗାର୍ବେଜ୍ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ୩ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି। ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ମୋଟ୍ ୯୫୦୦ ନମ୍ବର ମଧ୍ୟରୁ ଭୁବନେଶ୍ୱରକୁ ୭୩୧୪.୯୦ ନମ୍ବର ମିଳିଥିଲା। ଏଥିରୁ ୫୧% ଅର୍ଥାତ୍ ୪୮୩୦ ମାର୍କ ସର୍ଭିସ ଲେଭଲ ପ୍ରୋଗ୍ରେସ ବାବଦରେ ଥିବାବେଳେ ୨୬% ଅର୍ଥାତ୍ ୨୫୦୦ ମାର୍କ ସାର୍ଟିଫିକେଶନ୍ ଏବଂ ୨୩% ବା ୨୧୭୦ ମାର୍କ ସିଟିଜେନ୍ ଭଏସ୍ ବାବଦରେ ମିଳିଥିଲା।